Advertisement
Categories: ଫୁରସତ

ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌ : ୧୧୪୦ ମିଟରକୁ ୪ ମିନିଟ୍‌ରେ କରିବେ ଅତିକ୍ରମ

ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଲେସିଆର ଏସ୍‌କେପ୍‌ ଥିମ୍‌ ପାର୍କରେ ୧୧୪୦ ମିଟରର ଏକ ଓ୍ବାଟର ସ୍ଲାଇଡ୍‌ ନିର୍ମାଣ କରାଯାଇଛି। ଯାହା ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌। ଏହା ଆସନ୍ତା ଅଗଷ୍ଟରେ ଓପନ୍‌ ହେବ। ଥିମ୍‌ ପାର୍କର ମୁଖ୍ୟ କାର୍ଯ୍ୟ ଅଧିକାରୀ ସିମ୍‌ ଚୁ ସାଙ୍ଗ୍‌ କୁହନ୍ତି, ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡରେ ସ୍ଥାନ ପାଇବାକୁ ଯାଉଛି। ଅବଶ୍ୟ ଏହା ପୂର୍ବରୁ ୨୦୧୫ରେ ନ୍ୟୁଜର୍ସିଠାରେ ୬୦୫ ମିଟର ଲମ୍ବ ବିଶିଷ୍ଟ ଓ୍ବାଟର ସ୍ଲାଇଡ୍‌ ନିର୍ମାଣ କରାଯାଇଥିଲା। କିନ୍ତୁ ଥିମ୍‌ ପାର୍କରେ ନିର୍ମିତ ଓ୍ବାଟର ସ୍ଲାଇଡ୍‌ ସବୁଠୁ ଲମ୍ବ। ଏଥିରେ ପର୍ଯ୍ୟଟକଙ୍କୁ ଖସିବା ପାଇଁ ମାତ୍ର ୪ ମିନିଟ୍‌ ଲାଗିବ। ପାର୍କର କାର୍ଯ୍ୟ ଅଧିକାରୀ କୁହନ୍ତି, ଓ୍ବାର୍ଲଡ ରେକର୍ଡ ପାଇଁ ଏହା ନିର୍ମାଣ କରାଯାଇନାହିଁ। ମାତ୍ର ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପାର୍କର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବହୁ ଉଚ୍ଚରୁ ଦେଖିପାରିବା ସହ ଆଖପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ୍‌ ଭଲ ଭାବେ ଉପଭୋଗ କରିପାରିବେ। ବିଶ୍ୱ ରେକର୍ଡ ଭାଙ୍ଗିବା ଆମର ଲକ୍ଷ୍ୟ ନୁହେଁ କିନ୍ତୁ ଏହି ଓ୍ବଟର ସ୍ଲାଇଡ୍‌ଟି ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବାକୁ ଯାଉଥିବାରୁ ଆମେ ଗର୍ବିତ ବୋଲି କୁହନ୍ତି ପାର୍କର ଅଧିକାରୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share