Categories: ଫୁରସତ

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା। ଯାହା ଆଜି ବି ସମସ୍ତେ ଜାଣିବା ପାଇଁ ଚାହାନ୍ତି।

ଏମିତି ଜଣେ ରାଣୀ ଥିଲେ ମିଶରରେ। ରାଜକୁମାରୀ କ୍ଲିୟୋପେଟ୍ରାଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ। କ୍ଲିୟୋପେଟ୍ରା ଯେତିକି ସୁନ୍ଦର ଥିଲେ ତା’ଠୁ ଅଧିକ ଚତୁର ଏବଂ ଷଡ଼ଯନ୍ତ୍ରକାରୀ ଥିଲେ। ପିତାଙ୍କ ଦେହାନ୍ତ ପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିୟୋପେଟ୍ରା ଏବଂ ଭାଇ ଟୋଲେମୀ ଡିଓନିସସ୍‌ ମିଳିତ ଭାବେ ରାଜ୍ୟ ପ୍ରାପ୍ତ କରିଥିଲେ।

ଭାଇଙ୍କ ହାତରେ ରାଜ୍ୟ ଠିକ୍‌ରେ ଚାଲିଲା ନାହିଁ। ସିରିଆର ଶରଣ ନେବାକୁ ପଡ଼ିଲା କିନ୍ତୁ ରାଜକୁମାରୀ ସାହସ ଛାଡ଼ିଲେ ନାହିଁ। ରୋମ୍‌ର ଶାସକ ଜୁଲିୟସ୍‌ ସିଜରଙ୍କୁ ନିଜର ମୋହରେ ଫସାଇ କ୍ଲିୟୋପେଟ୍ରା ମିଶର ଉପରେ ଆକ୍ରମଣ କରିଥିଲେ। ସିଜର ଟୋଲେମୀଙ୍କୁ ମାରି କ୍ଲିୟୋପେଟ୍ରାଙ୍କୁ ମିଶର ରାଜ ସିଂହାସନରେ ବସାଇଥିଲେ।

Share