Advertisement
Categories: ଫୁରସତ

ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ

ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ। କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହଁି ବାସକରେ। ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୁମ୍ଫା ବୋଲି କୁହାଯାଏ। ବେକହମ୍‌ କ୍ରିକ୍‌ ଲଜ୍‌ ନାମରେ ପରିଚିତ ଏହି ଗୁମ୍ଫା ଆମେରିକାର ଅରଙ୍କସାସ୍‌ରେ ଅବସ୍ଥିତ। ଏହା ଏକ ଅପହଞ୍ଚ ଇଲାକା। ବୋମା ବିସ୍ଫୋରଣରୁ ରକ୍ଷା ପାଇବାକୁ ଗୁମ୍ଫାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଏ। ୧୯୮୮ରେ ଗୁମ୍ଫାକୁ ଏକ ହୋଟେଲ୍‌ ରୂପ ଦିଆଯାଇଥିଲା। ଯେତେବେଳେ ଏହାକୁ ହୋଟେଲ୍‌ ରୂପ ଦିଆଗଲା, ସେତେବେଳେ ପ୍ରାୟ ୨୦ ଲକ୍ଷ ଟଙ୍କା ଏହା ପଛରେ ଖର୍ଚ୍ଚ କରାଯାଇଥିଲା। ଗୁମ୍ଫା ଭିତରେ ଦୁନିଆର ସେ ସମସ୍ତ ବିଳାସପୂର୍ଣ୍ଣ ଜୀବନଯାପନର ସୁବିଧା ମିଳିଥାଏ, ଯାହା ପଞ୍ଚ ତାରକା ହୋଟେଲ୍‌ରେ ଉପଲବ୍ଧ। ଗୁମ୍ଫା ଭିତରେ ଦାମୀ ଫର୍ଣ୍ଣିଚର୍‌ ସାଙ୍ଗକୁ ଖାଦ୍ୟ ପାନୀୟର ବ୍ୟବସ୍ଥା ରହିଛି। ତା’ସହ ମନୋରମ ଜଳପ୍ରପାତ ଗୁମ୍ଫାର ଆକର୍ଷଣକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିଥାଏ। ଗୁମ୍ଫା ଭିତରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୧ଲକ୍ଷ ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share