Categories: ଜାତୀୟ

ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ ଟ୍ରମ୍ପ

ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ପରିବାର ସହ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ସୋମବାର ସେ ଗୁଜରାଟର ଅହମଦାବଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ଅହମଦାବାଦର ମୋଟେରା ଷ୍ଟ୍ରାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସେ ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି। ଆଗରୁ ଶୁଣିବାକୁ ମିଳିଥିଲା କି ଟ୍ରମ୍ପ ଏହି ଅବସରରେ ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟ୍ରାଡିୟମ ମୋଟେରା ଷ୍ଟାଡିୟମର ଉଦ୍‌ଘାଟନ କରିବେ। ହେଲେ ଶୁକ୍ରବାର ଗୁଜରାଟ କ୍ରିକେଟ ଆସୋସିଏଶନର ଉପାଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଟ୍ରମ୍ପ ମୋଟେରା ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ। ସେ କେବଳ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯିବେ। ସୂଚନାଯୋଗ୍ୟ, ଟ୍ରମ୍ପଙ୍କୁ ସ୍ବାଗତ କରିପା ପାଇଁ ମୋଟାରା ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ମୋଦି ଓ ଟ୍ରମ୍ପଙ୍କ କାର୍ଯ୍ୟକ୍ରମକୁ ଦେଖିବା ଲାଗି ବଡ ଏଲ୍‌ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି।

Share