ବିଶ୍ୱର ସର୍ବଶ୍ରେଷ୍ଠ ଧନୀଙ୍କୁ ଏମିତି ନିବେଦନ କଲେ ଟ୍ରମ୍ପଙ୍କ ପୁଅ

ଓ୍ବାଶିଂଟନ୍‌,୧୫।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଙ୍କଙ୍କ ପୁଅ ଜୁନିୟର୍‌ ଟ୍ରମ୍ପ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଏଲନ ମସ୍କଙ୍କ ନିକଟରେ ଏକ ନିବେଦନ କରିଛନ୍ତି। ସେ କହିଛନ୍ତି, ଆପଣ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ମୋ ପିତାଙ୍କୁ ପ୍ରତିବନ୍ଧକ ନ ଲାଗିବ। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୬ରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ହିଲ୍‌ରେ ଭଙ୍ଗାରୁଜା କରିଥିଲେ। ଏଥିରେ ୫ ଜଣଙ୍କ ଜୀବନ ଯାଇଥିଲା। ଏହାପରେ ଟୁଇଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବରେ ପ୍ରତିବନ୍ଧକ ଲଗାଯାଇଥିଲା। ଟୁଇଟର୍‌ ପ୍ରତିବନ୍ଦକ ଲଗାଇବାପରେ ଫେସବୁକ୍‌, ଇନଷ୍ଟାଗ୍ରାମ, ସ୍ନାପଚାଟ୍‌ ଏବଂ ୟୁଟ୍ୟୁବ୍‌ ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

Share