Categories: ଫୁରସତ

ବିଶ୍ୱର ୫ ଅଜବ ଦଣ୍ଡ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ବରୂପ ଦଣ୍ଡ ମିଳିଥାଏ। ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ। ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ, ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।


* ଆମେରିକାର ମସୌରୀରେ ରହୁଥିବା ଡେଭିଡ୍‌ ବେରୀ ନାମକ ଜଣେ ବ୍ୟକ୍ତି ଶହେ ହରିଣ ଶିକାର କରିଥିଲେ। ୨୦୧୮ରେ ଏହି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଦଣ୍ଡ ଆକାରରେ ତାଙ୍କୁ ଏକ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ତେବେ ଜେଲରେ ରହିବା ଅବସରରେ ଅତିକମ୍‌ରେ ମାସକୁ ଥରେ ଡିଜ୍‌ନୀର ବମ୍ବି କାର୍ଟୁନ ଦେଖିବାକୁ ଆଦେଶ ଦିଆଯାଇଥିଲା।


* ୨୦୦୩ରେ ଆମେରିକାର ଶିକାଗୋରେ ରହୁଥିବା ୨ ଯୁବକ କ୍ରିସ୍‌ମାସ ଅବସରରେ ଚର୍ଚ୍ଚରୁ ଏକ ମୂର୍ତ୍ତି ଚୋରି କରି ନଷ୍ଟ କରିଦେଇଥିଲେ। ଏହି ଅଭିଯୋଗରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୪୫ ଦିନ ଜେଲଦଣ୍ଡ ଦିଆଯାଇଥିଲା। ଏଥିସହ ସେମାନଙ୍କୁ ଏକ ଗଧ ସହ ନିଜ ଗ୍ରାମକୁ ଯିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା।


* ୨୦୧୧ରେ ଆମେରିକାର ଓକ୍‌ଲାହୋମାରେ ରହୁଥିବା ୧୭ ବର୍ଷୀୟ ଟାଇଲର ଏଲରେଡ ମଦ ପିଇ ଗାଡ଼ି ଚଲାଉଥିଲେ। ତାଙ୍କ ଗାଡି ଦୁର୍ଘଟଣାରେ ଜଣେ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଟାଇଲର ସ୍କୁଲରେ ପାଠ ପଢ଼ୁଥିଲେ। ତେଣୁ ତାଙ୍କୁ ଅଦାଲତ ହାଇସ୍କୁଲ ଏବଂ କଲେଜ ପାଠପଢ଼ା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ବର୍ଷେ ପାଇଁ ଡ୍ରଗ୍ସ, ମଦ ଏବଂ ନିକୋଟିନ୍‌ ଟେଷ୍ଟ କରିବା ସହ ୧୦ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚ ଯିବାକୁ ଆଦେଶ ଦେଇଥିଲେ।


* ସ୍ପେନ୍‌ର ଏଣ୍ଡାଲୁସିୟାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବକ ନିଜ ମା’ବାପାଙ୍କ ନାମରେ ଅଦାଲତରେ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ମା’ବାପା ତାଙ୍କୁ ପକେଟମନି ଦେବା ବନ୍ଦ କରିଦେଇଛନ୍ତି। ଏଥିରେ ଓଲଟା ଅଦାଲତ ଉକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୩୦ ଦିନ ମଧ୍ୟରେ ଘର ଛାଡି ନିଜ ଗୋଡ଼ରେ ଛିଡ଼ା ହେବାକୁ ଆଦେଶ ଦେଇଥିଲେ।

Share