Categories: ଫୁରସତ

ବିଶ୍ୱର ୫ ଅଦ୍ଭୁତ ଗଛ: ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭଗବାନଙ୍କ ସୃଷ୍ଟି ବିଚିତ୍ର। ପୃଥିବୀପୃଷ୍ଠରେ ଦେଖିବାକୁ ମିଳୁଥିବା ବୃକ୍ଷଲତା ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲେ ମଧ୍ୟ କିଛି କିଛି ଭିନ୍ନ ଥାନ୍ତି। ସେଗୁଡ଼ିକ ଅଦ୍ଭୁତ ଗଠନକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଉପସ୍ଥାପନାରେ ଜାଣନ୍ତୁ ବିଶ୍ୱର ସେପରି ୫ଟି ଗଛ ବିଷୟରେ:


ବୁଦ୍ଧଜ୍‌ ହେଣ୍ଡ: ଏହା ଲେମ୍ବୁଗଛର ଏକ ପ୍ରଜାତି। ମାତ୍ର ଏହାର ଫଳ ଗୋଲ ନୁହେଁ। ଏହାକୁ ଦେଖିଲେ ଯେପରି ସେଥିରୁ ବହୁତଗୁଡ଼ିଏ ଆଙ୍ଗୁଠି ବାହାରିବା ଭଳି ଲାଗିବ। ତେବେ ଏହା ସୁଗନ୍ଧମୟ। ଅନେକ ଲୋକ ଏହାକୁ ରୁମ୍‌ ଫ୍ରେସ୍‌ନର ଭାବେ ମଧ୍ୟ ବ୍ୟବହାର କରିଥାନ୍ତି।


ଡେଭିଲ୍ସ ଟୁଥ୍‌: ଏହା ଏକ ପ୍ରକାର ଛତୁ। ମାତ୍ର ଏହାକୁ ଖିଆଯାଇ ନ ଥାଏ। ଏହାର ଉପରିଭାଗରେ ଲାଲ ରଙ୍ଗର ଫୋଟକା ପରି ଦେଖାଯାଇଥାଏ। ଯାହାକି ମନୁଷ୍ୟ ରକ୍ତପରି। ଏହାକୁ ଦେଖିଲେ ଲାଗିବ ଯେପରି ଗଛରୁ ରକ୍ତ ବାହାରୁଛି।


ବ୍ଳାକ ବ୍ୟାଟ୍‌: ବ୍ଲାକ ବ୍ୟାଟ ନାମକ ଏହି ଗଛ ଦେଖିବାକୁ ପର ମେଲାଇଥିବା ବାଦୁଡିପରି। ସାଧାରଣତଃ ଥାଇଲ୍ୟାଣ୍ଡ ଏବଂ ମାଲେଶିୟାରେ ଏହି ଗଛ ଦେଖିବାକୁ ମିଳିଥାଏ। ଏହାର ପତ୍ର ୧୨ ଇଞ୍ଚ ଲମ୍ବ।


ଅକ୍ଟୋପସ୍‌ ଷ୍ଟିଙ୍କ୍‌ହର୍ଣ୍ଣ: ଲାଲ ରଙ୍ଗର ଏହି ଗଛ ଦେଖିବାକୁ ଅକ୍ଟୋପସ୍‌ ପରି। ଏହା ଅତ୍ୟନ୍ତ ଦୁର୍ଗନ୍ଧମୟ। ଏହା ସତ୍ତ୍ୱେ ମଧ୍ୟ କୀଟପତଙ୍ଗକୁ ନିଜପତ୍ର ଏହା ଆକୃଷ୍ଟ କରିଥାଏ।


ଡଲ୍ସ ଆଇଜ୍‌: ଡଲ୍ସ ଆଇଜ୍‌ ନାମରେ ପରିଚିତ ଏହି ଗଛ ଦେଖିଲେ ଲାଗେ ଯେପରି ଏହା ଦେହରେ ଅନେକଗୁଡ଼ିଏ ଆଖି ବାହାରି ଆସିଛି। ଏହା ଏକପ୍ରକାର କୋଳି। ମାତ୍ର ଏହାକୁ ଖିଆଯାଇ ନ ଥାଏ। କାରଣ ଏହା ଏକ ବିଷାକ୍ତ କୋଳି।

Share