Categories: ଜାତୀୟ

ବିଶ୍ୱାସ ମତ ପାଇଁ ପ୍ରସ୍ତୁତ କୁମାରସ୍ବାମୀ

ବଙ୍ଗାଲୁରୁ,୧୨।୭: କର୍ନାଟକ ମେଣ୍ଟ ସରକାରକୁ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବେ ବିଶ୍ୱାସ ମତ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ ବୋଲି ସେ କହିଛନ୍ତି। ଶୁକ୍ରବାର କର୍ନାଟକ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରେ କୁମାରସ୍ବାମୀ ବାଚସ୍ପତିଙ୍କୁ ଏହା ଜଣାଇଛନ୍ତି। ସବୁ ପରିସ୍ଥିତିକୁ ସାମ୍ନା କରିବାକୁ କୁମାରସ୍ବାମୀ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କର୍ନାଟକ ମେଣ୍ଟ ସରକାରର ପ୍ରାୟ ୧୮ ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଅନ୍ୟପଟେ କର୍ନାଟକ ସରକାରରେ ଦେଖାଦେଇଥିବା ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ତର୍କପରେ କୋର୍ଟ ବାଚସ୍ପତିଙ୍କୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି।

Share