କୋରାପୁଟ,୧।୧୨(ସ୍ବ.ପ୍ର.): ଚଳିତବର୍ଷ ଜିଲାରେ ୫୧ହଜାର ୮୬୬ଜଣ ରକ୍ତ ପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୩୦ ଜଣଙ୍କ ରକ୍ତରେ ଏଚ୍ଆଇଭି ଭୂତାଣୁ ରହିଥିଲା। ଅନ୍ୟପକ୍ଷରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଏଡ୍ସରେ ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ଏହି ଭୟଙ୍କର ରୋଗଠାରୁ କିପରି ଦୂରେଇ ରହିବ ସେନେଇ କୋରାପୁଟ ଜିଲା ସ୍ବାସ୍ଥ୍ୟ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲା ମୁଖ୍ୟ ଚିକିିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହାକୁ ଉପଜିଲାପାଳ ଲଲିତ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା, ଜିଲା ସମାଜ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର, ବ୍ଲଡବ୍ୟାଙ୍କର ଡାକ୍ତର ରତିକାନ୍ତ ଖଟୁଆଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।