ବିଶ୍ୱ ଏଡ୍‌ସ ଦିବସ: ସମସ୍ତ ଯୁବତୀ ଯୁବକ ସଚେତନ ହେଲେ ଦୂରେଇବ ଏଡ୍‌ସ

ଭୁବନ,୧।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏଡ୍‌ସ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ସମାଜରେ ଏଡ୍‌ସରୋଗର ନିରାକରଣ ଓ ସଚେତନତା ସମ୍ପର୍କରେ ଅବଗତ କରାଇଥିଲେ। ସେଥିରେ +୨ ମହିଳା କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ସଭାପତିତ୍ୱ କରିଥିଲାବେଳେ ସ୍କାଉଟ୍‌ ରେଞ୍ଜର ଅଧ୍ୟାପିକା ଶୁପ୍ତିମୟୀ ସେନ୍‌ ଅତିଥି ଭାବେ ଯୋଗଦେଇ ସମସ୍ତେ ଯୁବତୀ- ଯୁବକ ସଚେତନ ହେଲେ ଦେଶରୁ ଏଡ୍‌ସ ଦୂରେଇ ଯାଇପାରିବ ବୋଲି କହିଥିଲେ। ଏହି ଅବସରରେ ଏନ୍‌ସିସି ଓ ଗାଇଡ୍‌ ଯୋଗଦେଇ ସଚେତନ ପାଇଁ ସହର ପରିକ୍ରମା କରିଥିଲେ। ଏହି ରାଲିରେ ଅଧ୍ୟାପିକା ନମିତା ଦ୍ୱିବେଦୀ,ଡେମୋନ୍‌ଷ୍ଟ୍ରେଟର ଆମୁଜ କୁମାର ସାହୁ, ଗ୍ରନ୍ଥାଗାର ବରିଷ୍ଠ ଅଧିକାରୀ କୈଳାସ ଚନ୍ଦ୍ର ପତ୍ରି ଉପସ୍ଥିତ ରହି ସହଯୋଗ କରିଥିଲେ।