ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିବସ: ଓଡ଼ିଶା ବିବିଧତାର ସୁନ୍ଦର ରାଜ୍ୟ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଓଡ଼ିଶା ହେଉଛି ବିବିଧତାର ଏକ ସୁନ୍ଦର ରାଜ୍ୟ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟ ହେଉଛି ସମୃଦ୍ଧଶାଳୀ। ଏ ସବୁର ପ୍ରଚାର ଓ ପ୍ରସାର ପାଇଁ କବିତା ଏକ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଆର. ବାଲ୍‌କ୍ରିଷ୍ଣନ୍‌ କହିଛନ୍ତି। ଶୁକ୍ରବାର କୋଣାର୍କଠାରେ ଆୟୋଜିତ ୩୯ତମ କବି ସମ୍ମିଳନୀର ପର୍ଯ୍ୟଟନ କବିତା ଅଧିବେଶନରେ ବାଲ୍‌କ୍ରିଷ୍ଣନ୍‌ ଯୋଗଦେଇ ‘କୋଣାର୍କ: ଜଣା ଅଜଣା’ ଉପରେ ବକ୍ତୃତା ପ୍ରଦାନ କରି କହିଥିଲେ। କୋଣାର୍କ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ଭାସ୍କର୍ଯ୍ୟ, ଯାହାର ଶୋଭା ଓ ଗାରିମା କାହିଁ କେଉଁ କାଳରୁ ଲିଖିତ ହୋଇରହିଛି। କୋଣାର୍କ ମନ୍ଦିରର ଇତିହାସ ଓ ସୂର୍ଯ୍ୟ ଉପାସନାର ତାତ୍ପର୍ଯ୍ୟର ବ୍ୟାଖ୍ୟା କରିଲେ ତା’ର ସୌନ୍ଦର୍ଯ୍ୟ ଆହୁରି ଶାଣିତ ହୁଏ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟକୁ କବି ତାଙ୍କ କବିତା ମାଧ୍ୟମରେ ପ୍ରଚାର ପ୍ରସାର କରିବା ଜରୁରୀ। ଏହାସହ ଓଡ଼ିଶାରେ ଅନେକ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ଏ ଦିଗରେ କବିମାନେ କବିତା ମାଧ୍ୟମରେ ସହଯୋଗ କରିପାରିବେ ବୋଲି ସେ କହିଥିଲେ।
ୱାର୍ଲଡ୍‌ ଏକାଡେମୀ ଅଫ୍‌ ଆର୍ଟସ ଆଣ୍ଡ୍‌ କଲଚର (ୱାକ୍‌)ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇଥିବାବେଳେ ୱାକ୍‌ର ସାଧାରଣ ସମ୍ପାଦିକା ଡ. ମାରିଆ ଇଉଜେନିଆ ସୋବେରନିସମ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପର୍ଯ୍ୟଟନ ଉପରେ ଇଂରାଜୀ, ଚାଇନା, ସ୍ପେନ ଓ ହିନ୍ଦୀ ଭାଷାରେ ସମାନ୍ତରାଳ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପରେ ୮୨ଦେଶର କବି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ଏହାର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ...

ଡିଭାଇଡର ଉପରେ ଚଢ଼ିଗଲା ସ୍କୁଲ ବସ୍‌, ଏଥିରେ ଥିଲେ ୫୦ ଛାତ୍ରୀଛାତ୍ର

ରାଉରକେଲା,୨୦ା୧୨: ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍‌ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା...

ରାଜ୍ୟର କିଛି ସ୍ଥାନରେ ବର୍ଷା : ଆହୁରି ୨ ଦିନ…

ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ସକାଳୁ କିଛିସ୍ଥାନରେ...

ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ: ବିଜେଡି

ଭୁବନେଶ୍ୱର୨୦।୧୨(ଅନିଲ ଦାସ): ପାର୍ଲାମେଣ୍ଟରେ ଘଟିଥିବା ଘଟଣା ସଂସଦର ଗରିମା କ୍ଷୁଣ୍ଣ କରିଥିବା ବେଳେ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁ ବୋଲି ବିଜୁ ଜନତା ଦଳ ଦାବି...

ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ଓପିଏସ୍‌ସି ଦେବ ୧ ଲକ୍ଷ କ୍ଷତିପୂରଣ

କଟକ,୨୦ା୧୨ (କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ତ୍ରୁଟି ଯୋଗୁ ୫ ବର୍ଷ ଧରି ଓଏଏସ୍‌ ଚାକିରିରୁ ବଞ୍ଚତ୍ତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ତାଙ୍କର ପ୍ରାପ୍ୟ...

ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୦ା୧୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ...

ରାଜଧାନୀରେ ପୁଣି ଜମିବ ପଥ ଉତ୍ସବ, ଡିସେମ୍ବର ୨୨ ରୁ ଆରମ୍ଭ

ଭୁବନେଶ୍ୱର,୧୯।୧୨: ଆସନ୍ତା ୨୨ ତାରିଖରୁ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ...

ଓଡ଼ିଶାରେ ୧୧୦ ଓଭର ବ୍ରିଜ୍ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୧୯।୧୨: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ୧୭୦ ରୋଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri