Categories: ଖେଳ

ବିଶ୍ୱ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

କାତାର,୨୮।୯(ପି.ଟି.)- ସ୍ଥାନୀୟ ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାରଠାରୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ ଆରମ୍ଭ ହୋଇଛି। ୧୦ଦିନ ଧରି ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟ ଆସନ୍ତା ୬ ତାରିଖରେ ଶେଷ ହେବ। ୨୦୮ଟି ଦେଶର ମୋଟ ୧,୯୭୨ଜଣ ଆଥଲେଟ୍‌ ଏଥିରେ ଅଂଶଗ୍ରହଣ କରିବେ। ୨୦୨୨ ଫିଫା ବିଶ୍ୱକପ୍‌ କାତାରରେ ଆୟୋଜନ ହେବ। ଫଳରେ ଏହି ଇଭେଣ୍ଟର ଗୁରୁତ୍ୱ ବଢ଼ିଯାଇଛି। ଅତ୍ୟଧିକ ତାପମାତ୍ର (୪୦ ଡିଗ୍ରୀ ସେଲସିୟସ)କାରଣରୁ ଏହି ଷ୍ଟାଡିୟମକୁ ପୂରା ଏୟାର କଣ୍ଡିସନ ବା ଶୀତତାପ ନିୟନ୍ତ୍ରିତ କରାଯାଇଛି। ଏଥର ବିଶ୍ୱ ଚାମ୍ପିୟନଶିପ୍‌ରେ ୨୭ଜଣିଆ ଭାରତୀୟ ଆଥଲେଟ ଦଳ ଅଂଶଗ୍ରହଣ କରିଛି।

Share