Categories: ଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍‌ ପଡିଲେ ଜବିର

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍‌ପି ଜବିର ମଧ୍ୟ ବାଦ୍‌ ପଡିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ୪୦୦ ମିଟର ହର୍ଡଲ୍ସ ରେସ୍‌ରେ ଜବିର କିଛି କରି ଦେଖାଇବେ ବୋଲି ଆଶା କରାଯାଉଥିଲା। ତେବେ ଶେଷରେ ସେ ନିରାଶ କରିଛନ୍ତି। ସେ ୪୦୦ମି. ହର୍ଡଲ୍ସ ରେସ୍‌ର ସେମିଫାଇନାଲରେ ୪୯.୭୧ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲେ। ଏଥିସହିତ ସେ ଫାଇନାଲକୁ ଉଠିବାରେ ବିଫଳ ହୋଇଛନ୍ତି। ୩ଟି ସେମିଫାଇନାଲର ଶ୍ରେଷ୍ଠ ୨ଜଣ ଖେଳାଳି ଓ ଏହାପରେ ଦ୍ରୁତତମ ୨ଜଣ ଖେଳାଳି ଫାଇନାଲରେ ପ୍ରବେଶ କରିବାର ନିୟମ ରହିଛି। ସେମିଫାଇନାଲ ଅଷ୍ଟମ ଦ୍ରୁତତମ ଟାଇମିଂ ଥିଲା ୪୮.୯୩ ସେକେଣ୍ଡ। ଏହା ଜବିରଙ୍କ ଟାଇମିଂଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ ଥିଲା। ପୂର୍ବରୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ରେକର୍ଡ ଥିଲା ୪୯.୧୩। ଶୁକ୍ରବାର ଜବିର ତାଙ୍କ ହିଟ୍‌ରେ ୪୯.୬୨ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ସେ ଜୋସେଫ ଆବ୍ରାହମଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସେମିକୁ ଉଠିଥିଲେ। ୨୦୦୭ରେ ଆବ୍ରାହମ ୪୯. ୬୪ ସେକେଣ୍ଡ ସମୟ ନେଇ ସେମିକୁ ଉଠିଥିଲେ।

Share