ବିଶ୍ୱ ଜନସଂଖ୍ୟା ଦିବସ: ଏଥର ମିହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ରଖାଯାଇଛି ଥିମ୍‌

ଓ୍ବାଶିଂଟନ,୧୧।୭: ବିଶ୍ୱର ଅଧିକାଂଶ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧୧ରେ ପାଳନ କରାଯାଇଛି ବିଶ୍ୱ ଜନସଂଖ୍ୟା ଦିବସ। ସବୁଥର ପରି ଏଥରର ଥିମ୍‌ ରହିଛି ‘Health And Rights Of Women In The Time Of COVID-19’। ଏଥର ସାରା ବିଶ୍ୱକୁ କରୋନା ମହାମାରୀ ଥରେଇ ଦେଇଥିବା ବେଳେ ମଳିତ ଜାତିସଂଘ ମହିଳାଙ୍କ ସ୍ବାସ୍ଥ୍ୟ ଓ ଅଧିକାର ସହ ଜଡିତ ଏକ ଥିମ୍‌ ରଖିଛି। ପ୍ରଥମେ ୧୯୮୯ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଥିଲା। ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରିବାର ପ୍ରଥମ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ କରିବାର ଗୁରୁତ୍ୱ ବିଷୟରେ ସଚେତନ କରାଇବା। ତେବେ ଭାରତରେ ଏବେ ପର୍ଯ୍ୟନ୍ତ ଏହା ନୟନ୍ତ୍ରଣକୁ ଆସିପାରି ନାହିଁ ବୋଲି କୁହାଯାଏ।

Share