Categories: ଯାଜପୁର

ବିଶ୍ୱ ପରିବେଶ ଦିବସରେ ଚାରାରୋପଣ

ଧର୍ମଶାଳା,୬ା୬(ଡି.ଏନ୍‌.ଏ.): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କାନପୁରସ୍ଥିତ ପରିବେଶବିତ୍‌ କାର୍ଯ୍ୟାଳୟ ପରିସରରେ ପରିବେଶବିତ୍‌ ଶ୍ରୀନିବାସ ଜେନା ତାଙ୍କ ଜନ୍ମଦିନ ଉପଲକ୍ଷେ ସହସ୍ରାଧିକ ଚାରାଚୋପଣ କରିଥିଲେ। ଏଥି ଉପଲକ୍ଷେ ଆୟୋଜିତ ପଥପ୍ରାନ୍ତ ସଭାରେ ଜେନା ଅଧ୍ୟକ୍ଷତା କରି ସବୁଜ ସୁନ୍ଦର ସନ୍ତୁଳିତ ଓ ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଆମେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହ ଫନୀ ବାତ୍ୟାରେ ନଷ୍ଟ ହୋଇଥିବା ସବୁଜ ବନାନୀକୁ ପୁଣିଥରେ ଗଢି ତୋଳିବାକୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ଧର୍ମଶାଳା ଯୁବ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତ, ମାନସ ରଞ୍ଜନ ଜେନା, ଅଖିଳ କୁମାର ସ୍ବାଇଁ, ଅନିଲ କୁମାର ନାୟକ, ଶକ୍ତିକାନ୍ତ ବଳ, ନିକୁଞ୍ଜ ରାଉତ, ରମେଶ ସେଠୀ, ସମରେନ୍ଦ୍ର ମାହାଲା, ପ୍ରସନ୍ନ କୁମାର ଜେନା, ସୌମ୍ୟରଞ୍ଜନ ଜେନା ପ୍ରମୁଖ ଉତ୍ସବରେ ଯୋଗଦେଇ ଚାରା ରୋପଣ କରିଥିଲେ।