ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ

ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ, ଆନନ୍ଦପୁର ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଦିବସର ତାପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ନୂତନ ସବଜଜ୍‌ କୋର୍ଟ ବିଲ୍ଡିଂ ପରିସରରେ ଓକିଲ ସଂଘର ସଭାପତି ସଂଜୟ କୁମାର ମିଶ୍ର ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ସେହିଭଳି ଆନନ୍ଦପୁର ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ହିମାଂଶୁ କୁମାର ରାମଙ୍କ ସଂଯୋଜନାରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଥିଲା। ଆନନ୍ଦପୁର ପୌରପରିଷଦ ବିଜୁ ଯୁବ ବାହିନୀ ସଂଯୋଜକ ଆଇନଜୀବୀ ଭାଗିରଥି ଦାଶଙ୍କ ସଂଯୋଜନାରେ କେତେକ ଓ୍ବାର୍ଡରେ ବୃକ୍ଷରୋପଣ କରାଯାଇଥିଲା। ତାପମାତ୍ରା ବୃଦ୍ଧି ରୋକିବା ପାଇଁ ବୃକ୍ଷରୋପଣର ବାର୍ତ୍ତା ନେଇ ପ୍ରତ୍ୟେକ ବର୍ଷ ଜୁନ୍‌ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଆସୁଛି।