Categories: ବାଣିଜ୍ୟ

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀ;୧୦ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୦-୧୦: ଗ୍ଲୋବାଲ କମ୍ପିଟିଟିଭ୍‌ ଇଣ୍ଡେକ୍ସ ବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୬୮ତମ ସ୍ଥାନରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡିକରେ ଉନ୍ନତି ହେବା କାରଣରୁ ଘରୋଇ ବଜାର ତଳକୁ ଖସିଛି। ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ସିଙ୍ଗାପୁର ବିଶ୍ୱର ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଅର୍ଥନୀତି ସ୍ଥାନ ହାସଲ କରିଛି। ଜେନେଭା ଭିତ୍ତିକ ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ୫୮ତମ ସ୍ଥାନରେ ରହିଥିଲା। ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଖରାପ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ତାଲିକାରେ ବ୍ରାଜିଲର ସ୍ଥାନ ୭୧ରହିଛି।
ବୁଧବାର ଡବ୍ଲ୍ୟୁଇଏଫ୍‌ ଘୋଷଣା ମୁତାବକ ଭାରତ ଢାଞ୍ଚାଗତ ସ୍ଥିରତା, ବଜାର ଆକାର କ୍ଷେତ୍ରରେ ଉଚ୍ଚ ର଼୍ୟାଙ୍କରେ ରହୁଛି। ଏହାର ଆର୍ଥତ୍କ କ୍ଷେତ୍ର ସ୍ଥିର ହାର ଉଚ୍ଚରେ ରହିବା ଯୋଗୁ ବ୍ୟାଙ୍କିଙ୍ଗ ସିଷ୍ଟମରେ ଭଲ ସ୍ଥିତି ଫେରି ପାରୁ ନ ଥିବା ପ୍ରକାଶ ପାଇଛି। କର୍ପୋରେଟ ଗଭର୍ନାସ କ୍ଷେତ୍ରରେ ଭାରତ ୧୫ ତମ, ଅଂଶୀଦାର ଗଭର୍ନାସରେ ୨ୟ ସ୍ଥାନରେ ରହିଥିବା ଉକ୍ତ ସର୍ଭେରୁ ଜଣାପଡ଼ିଛି। ସେହିଭଳି ମାର୍କେଟ ଆକାରରେ ତୃତୀୟ, ଅଣପାରମ୍ପରିକ ଶକ୍ତି ନିୟମ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। ସେହିଭଳି ଅନ୍ୟ ପ୍ରସଙ୍ଗଗୁଡିକ ଉପରେ ସର୍ଭେରେ ପ୍ରକାଶ ପାଇଛି।

Share