Categories: ବାଣିଜ୍ୟ

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩

ନୂଆଦିଲ୍ଲୀ,୧୭।୬: ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଜେନମେଣ୍ଟ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩ ରହିଛି। ଭିତ୍ତିଭୂମିରେ ଦୁର୍ବଳତା ଏବଂ ଶିକ୍ଷା କ୍ଷେତ୍ରରେ ନିବେଶ କମ୍‌ ରହିବା ଯୋଗୁ ର଼୍ୟାଙ୍କିଙ୍ଗରେ ଭାରତ ପଛୁଆ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୋଟ ୬୩ ଦେଶକୁ ନେଇ ହୋଇଥିବା ର଼୍ୟାଙ୍କରେ ସିଙ୍ଗାପୁର ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତ ବହୁ ପଛୁଆ ରହିଛି। ସେହିଭଳି ଦ୍ୱିତୀୟରେ ଡେନ୍‌ମାର୍କ, ତୃତୀୟରେ ସୁଇଜରଲାଣ୍ଡ, ୪ର୍ଥରେ ନେଦରଲ୍ୟାଣ୍ଡସ ଏବଂ ପଞ୍ଚମ ସ୍ଥାନରେ ହଂକଂ ରହିଛି। ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ଆମେରିକା ୧୦ ଏବଂ ଚାଇନା ୨୦ ତମ ସ୍ଥାନକୁ ଖସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Share