Categories: ଖେଳ

ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌: ଗିଲଖ୍ରୀଷ୍ଟ ଚାମ୍ପିୟନ

ମେଲବୋର୍ନ,୧୩।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ସିଙ୍ଗାପୁରର ପିଟର ଗିଲଖ୍ରୀଷ୍ଟ ଭାରତର ସୌରଭ କୋଠାରୀଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। କୋଠାରୀଙ୍କୁ ୧୩୦୭- ୯୬୭ରେ ହରାଇ ଗିଲଖ୍ରୀଷ୍ଟ ଦୀର୍ଘ ୬ ବର୍ଷ ପରେ ଚାମ୍ପିୟନ ହୋଇଛନ୍ତି। ଏଥିସହିତ ସେ କୋଠାରୀଙ୍କଠାରୁ ଗତବର୍ଷ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଶେଷଥର ପାଇଁ ଗିଲଖ୍ରୀଷ୍ଟ ୨୦୧୩ରେ ଇଂଲଣ୍ଡର ଡେଭିଡ କାଉଜିୟରଙ୍କୁ ପରାସ୍ତ କରି ଟାଇଟଲ ଜିତିଥିଲେ। ଫାଇନାଲ ମ୍ୟାଚ୍‌ରେ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଶେଷଆଡକୁ ଗିଲଖ୍ରୀଷ୍ଟ ପ୍ରଭାବ ବିସ୍ତାର କରି ଖେଳିବା ସହ ବାଜି ମାରିଥିଲେ।

Share