Categories: ଖେଳ

ବିଶ୍ୱ ମହିଳା ବକ୍ସିଂ: କ୍ୱାର୍ଟରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ),୮।୧୦(ପି.ଟି.): ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଥାଇଲାଣ୍ଡର ଜୁଟାମସ ଜିଟପଙ୍ଗଙ୍କୁ ୫-୦ ହରାଇ ଦେଇଛନ୍ତି। ପ୍ରତିପକ୍ଷ ବକ୍ସର ଅତ୍ୟଧିକ ଆକ୍ରମଣାତ୍କ ଖେଳ ପ୍ରଦର୍ଶନ କରି ମେରୀକମ୍‌ଙ୍କୁ ଚକିତ କରିଦେଇଥିଲେ। କିନ୍ତୁ ଥାଇଲାଣ୍ଡ ବକ୍ସରଙ୍କ ପ୍ରାୟ ପଞ୍ଚ ମେରୀକମ୍‌ ସଫଳତାର ସହ ପ୍ରତିରୋଧ କରିଥିଲେ। ପ୍ରଥମ ୩ ମିନିଟ୍‌ ପରେ ୩ୟ ସିଡ୍‌ ଭାରତୀୟ ବକ୍ସର ମ୍ୟାଚ୍‌ରେ ଆଧିପତ୍ୟ ବିସ୍ତାର କରିଥିଲେ। ମେରୀକମ୍‌ ଏବେ ୫୧ କେଜି ଓଜନ ବର୍ଗରେ ପ୍ରଥମ ବିଶ୍ୱ ଚାମ୍ପିୟନଶିପ ପଦକ ହାତେଇବା ଲକ୍ଷ୍ୟରେ ରହିଛନ୍ତି।

Share