Categories: ଖେଳ

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା : ଭାରତରୁ ଏକମାତ୍ର ଅନୁପମା

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତରୁ ଏକମାତ୍ର ଏଲାଇଟ ଖେଳାଳିଭାବେ ଉତ୍କଳ କରାଟେ ସ୍କୁଲର ଅନୁପମା ସ୍ବାଇଁ ଅଂଶଗ୍ରହଣ କରିବେ। ଅନୁପମା ମଙ୍ଗଳବାର ଚୁଙ୍ଗଜୁ ଯାତ୍ରା କରିବେ। ପ୍ରତିଯୋଗିତାର ଜୁଜୁଟ୍‌ସୁ ନଓ୍ବୋଜା, ଜୁଜୁଟ୍‌ସୁ ଫାଇଟିଂ ଓ ଜୁଜୁଟ୍‌ସୁ କଣ୍ଟାକଟ୍‌ ବିଭାଗରେ ଅନୁ ଭାଗନେବେ।
ବିଶ୍ୱ ସଂଘଦ୍ୱାରା ଅନୁପମାଙ୍କୁ ବିଶ୍ୱର ଜଣେ ଏଲାଇଟ ଖେଳାଳିଭାବେ ସ୍ବିକୃତି ମିଳିଥିବାରୁ ତାଙ୍କର ସମସ୍ତ ଖର୍ଚ୍ଚ ଓ୍ବାଲର୍‌ଡ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ଆୟୋଜକ କମିଟି ବହନ କରୁଛି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜଣେ ଅନ୍ତର୍ଜାତୀୟ କରାଟେ ଖେଳାଳି ହେବା ସହ ଶକ୍ତିଉତ୍ତୋଳନରେ ଏସିଆ ଚାମ୍ପିୟନ, ଜୁଜୁଟ୍‌ସୁରେ ବିଶ୍ୱମାନ୍ୟତାପ୍ରାପ୍ତ ଥାଇଲାଣ୍ଡ ଓପନରେ ସ୍ବର୍ଣ୍ଣ ପଦକ ବିଜୟିନୀ। ସୋମବାର ସନ୍ଧ୍ୟାରେ ଉତ୍କଳ କରାଟେ ସ୍କୁଲ ଓ ଜୁଜୁଟ୍‌ସୁ ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ଅବିନାଶ ପୁନ୍ଦିର, ଗୌରୀ ମହାନ୍ତି, ଚିତ୍ତରଞ୍ଜନ ସ୍ବାଇଁ, ଡ. ହରିପ୍ରସାଦ ପଟ୍ଟନାୟକ ଏବଂ ଖେଳାଳିମାନେ ଉପସ୍ଥିତ ରହି ଅନୁପମାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Share