ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ ଟୀକା ଉପରେ ଗବେଷଣା ଜାରି ରହିଥିଲା। ଏହି ରୋଗରେ ପ୍ରତିବର୍ଷ ପୃଥିବୀର ୪ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ। ଏହି ଟୀକା ୫ ମାସଠାରୁ ଆରମ୍ଭ କରି ୨ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ବିକଶିତ କରାଯାଇଛି। ମଲାଓ୍ବି ସରକାରଙ୍କ ଏହି ଐତିହାସିକ ପଦକ୍ଷେପକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଦିଆଯାଇଛି। ଏପ୍ରିଲ୍‌ ୨୫ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଏହି ପ୍ରତିଷେଧକ ଟୀକାର ପ୍ରୟୋଗ ଆରମ୍ଭ ହେବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା।

Share