Categories: ଖେଳ

‘ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ସମ୍ମାନ ଦେଉନାହିଁ ଓ୍ବିମ୍ବେଲଡନ ସିଡିଂ ପ୍ରକ୍ରିୟା’

ମାଡ୍ରିଡ୍‌,୨୫।୬(ଏଏଫ୍‌ପି)- ଟେନିସ କ୍ରୀଡ଼ା ସିଜନର ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମଧ୍ୟରୁ ଓ୍ବିମ୍ବେଲଡନ ଓପନରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଖେଳାଳିଙ୍କୁ ସଡ୍‌ ପ୍ରଦାନ କରାଯାଏ ନାହିଁ। ଗ୍ରାସ ରୁଟ୍‌ ଇଭେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ଭିତ୍ତି କରି ସିଡ୍‌ ପ୍ରଦାନ କରାଯାଏ। ଏହାକୁ ବିରୋଧ କରିଛନ୍ତି ସ୍ପାନିଶ ଖେଳାଳି ରାଫାଲ ନାଡାଲ। ଓ୍ବିମ୍ବେଲଡନ ଓପନରେ ସିଡ୍‌ ପ୍ରକ୍ରିୟା ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ସମ୍ମାନ ଦେଉନାହିଁ। ଦ୍ୱିତୀୟ ର଼୍ୟାଙ୍କଧାରୀ ନାଡାଲଙ୍କୁ ଏହି ସମ୍ମାନଜନକ ଇଭେଣ୍ଟ ଲାଗି ୩ୟ ସିଡ୍‌ ପ୍ରଦାନ କରାଯାଇଥିବାବେଳେ ରୋଜର ଫେଡରରଙ୍କୁ ଦ୍ୱିତୀୟ ସିଡ୍‌ ମାନ୍ୟତା ଦିଆଯାଇଛି। ଓ୍ବିମ୍ବେଲଡନ ଏକମାତ୍ର ଟୁର୍ନାମେଣ୍ଟ, ଯେଉଁଠି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ମୂଲ୍ୟହିନ। ତୃତୀୟଠାରୁ ଦ୍ୱିତୀୟ ସିଡ୍‌ ଭଲ। ସେମାନେ ଯଦି ତୃତୀୟ ସିଡ୍‌ ଦିଅନ୍ତି ମୁଁ ସ୍ବୀକାର କରିବି ଓ ଜିତିବା ଲାଗି ଲଢ଼େଇ କରିବି। ଅନ୍ୟ ଟୁର୍ନାମେଣ୍ଟ ଓ ଏଥିରେ କେବଳ ଏତିକି ଫରକ ରହିଛି, ଯାହା ଠିକ୍‌ ଲାଗୁନାହିଁ। ସମସ୍ତ ଟୁର୍ନାମେଣ୍ଟରେ ଏଭଳି ସିଡିଂ ପ୍ରକ୍ରିୟା କରାଗଲେ ଭଲ ହୁଅନ୍ତା। ଏହା କେବଳ ମୋ କଥା ନୁହେଁ, ବହୁ ଖେଳାଳି ବର୍ଷସାରା ସମସ୍ତ ପ୍ରକାର କୋର୍ଟରେ ଭଲ ପ୍ରଦର୍ଶନ କରିଥିବେ, ହେଲେ ତାଙ୍କ ର଼୍ୟାଙ୍କିଙ୍ଗ୍‌କୁ ସମ୍ମାନ ଦିଆଯାଏ ନାହିଁ ବାଲି ନାଡାଲ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି।

Share