Categories: ଜାତୀୟ

ବିଶ୍ୱ ରେକର୍ଡ କଲେ ୭ହଜାର ଛାତ୍ର

ମଦୁରାଇ,୨୮।୧: ତାମିଲନାଡୁ ମଦୁରାଇର ସିଇଓଏ ବିଦ୍ୟାଳୟର ପ୍ରାୟ ୭ହଜାର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି। ମଙ୍ଗଳବାର ଏହି ଛାତ୍ରମାନେ ଗଛର ଫେଣ୍ଟିଂ କରି ଏହି ବିଶ୍ୱ ରେକର୍ଡ କରିଛନ୍ତି। ଏହାକୁ ନେଇ ଶେଷଥର ପାଇଁ ନେଦଲାଣ୍ଡସର ଗୋଟିଏ ସ୍କୁଲର ପ୍ରାୟ ୨ହଜାର ଛାତ୍ର ଗଛର ଚିତ୍ର ଆଙ୍କି ଏହି ରେକର୍ଡ କରିଥିଲେ। ଏଥର ସିଇଓଏ ବିଦ୍ୟାଳୟର ୨୫ତମ ବାର୍ଷିକୀ ଅବସରରେ ସ୍କୁଲର ସବୁ ଶ୍ରେଣୀର ପିଲାମାନେ ଏକାଠି ହୋଇ ପେଣ୍ଟିଂ କରିବା ସହ ଏହି ରେକର୍ଡ କରିଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପିଲାମାନେ ଉକ୍ତ ପେଣ୍ଟିଂ କରିଥିବା ଜଣାପଡିଛି।

Share