ବିଶ୍ୱ ସଙ୍ଗୀତ ଦିବସ : ହକ୍‌ ପାଇପାରୁନି ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟତାର ସମସ୍ତ ଗୁଣ ଥାଇ ବି ପାଉନି ମାନ୍ୟତା

ଭୁବନେଶ୍ୱର,୨୧।୬ : ଶାସ୍ତ୍ରୀୟତାର ସମସ୍ତ ଗୁଣ ଓ ଉପାଦାନ ଓଡ଼ିଶୀ ସଙ୍ଗୀତ ପାଖରେ ରହିଛି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ ମୂଳଗୁଣ ଏହାର ପରମ୍ପରା, ନିର୍ଦ୍ଦିଷ୍ଟ ଶାସ୍ତ୍ର, ନିଜସ୍ବ ରାଗ ଓ ତାଳକୁ ନେଇ ସ୍ବତନ୍ତ୍ର ବ୍ୟାକରଣ ଓଡ଼ିଶୀ ସଙ୍ଗୀତର ରହିଛି। ମନ୍ଦିର କଳାକୃତିରୁ ମଧ୍ୟ ଏହାର ପ୍ରାଚୀନତାର ଅନେକ ପ୍ରମାଣ ମିଳିସାରିଛି। ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ଓଡ଼ିଶୀ ସଙ୍ଗୀତ। ଦେଶରେ ଥିବା ପ୍ରମୁଖ ସଙ୍ଗୀତଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ସ୍ବତନ୍ତ୍ର ରାଗ, ତାଳ ସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ଏହାସତ୍ତ୍ୱେ ଆଜି ଯାଏ ଓଡ଼ିଶୀ ସଙ୍ଗୀତ ପାଇପାରୁନି ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା। ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷାକୁ ଇତିମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିଲେ ମଧ୍ୟ ଓଡ଼ିଶୀ ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ପ୍ରାଚୀନତାର ପ୍ରମାଣପତ୍ର ଏକାଠି କରିବାରେ ରାଜ୍ୟ ସରକାର ବାରମ୍ବାର ବିଫଳ ହେଉଥିବାରୁ ଭାରତବର୍ଷର ଏହି ପୁରାତନ ସଙ୍ଗୀତ ଏହାର ହକ୍‌ ପାଇବାରୁ ବଞ୍ଚିତ ହୋଇଛି।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ରାଜ୍ୟ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଥିଲେ ମଧ୍ୟ ତାହା ଅଧାବାଟରେ ଅଟକି ଯାଇଛି। ବିଭାଗ ପକ୍ଷରୁ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ଗତ ୬ବର୍ଷ ହେବ ଯୋଜନା ହୋଇଥିଲେ ବି ତାହା ଆଗେଇ ପାରୁନାହିଁ। ୨୦୧୪ ମସିହାରୁ ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶାସ୍ତ୍ରୀୟ ମାନ୍ୟତା ଫାଇଲ ଏବେ ନାଲିଫିତା ତଳେ ପଡ଼ିରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ଗଠିତ କମିଟି ଏବେ ଅକାମୀ ହୋଇଯାଇଛି। ଫଳରେ ଦେଶର ଅନ୍ୟାନ୍ୟ ପ୍ରମୁଖ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିବା ବେଳେ ଓଡ଼ିଶୀକୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଓଡ଼ିଶୀ ସଙ୍ଗୀତର ପ୍ରାଚୀନତାର ପ୍ରମାଣ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଅସୁବିଧା ନାହିଁ ବୋଲି ଗବେଷକମାନେ ବିଭିନ୍ନ ସମୟରେ ମତ ଦେଇଛନ୍ତି। ହେଲେ ଏହି ପ୍ରାଚୀନତା ପ୍ରମାଣପତ୍ରକୁ ଏକାଠି କରିବାରେ ବାରମ୍ବାର ବିଫଳ ହେଉଛନ୍ତି ରାଜ୍ୟ ସରକାର। ଶାସ୍ତ୍ରୀୟ ମାନ୍ୟତା ଲାଗି ପୂର୍ବରୁ ପ୍ରତିଷ୍ଠିତ ରାଗ, ରାଗିଣୀର ପୁନରୁଦ୍ଧାର କରାଯିବା ନିତାନ୍ତ ଜରୁରୀ ହୋଇଥିବା ବେଳେ ତାହାର ପୁନରୁଦ୍ଧାର ଦିଗରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏହାମଧ୍ୟରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଥିବା ବେଳେ ଓଡ଼ିଶୀ ସଙ୍ଗୀତ କିନ୍ତୁ ଯେଉଁଠି ସେଇଠି ରହିଯାଇଛି।
କେବଳ ଏତିକି ନୁହେଁ, ଓଡ଼ିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡ଼ା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଙ୍ଗୀତର କ୍ରମବିକାଶ, ଆନୁଷଙ୍ଗିକ କଳାରେ ଓଡ଼ିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡ଼ିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଟ୍ୟ ଆଦି ଉପରେ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାର ସଙ୍ଗୀତଜ୍ଞ, ଗବେଷକମାନଙ୍କୁ କହିଥିଲେ ମଧ୍ୟ ତାହା ହୋଇପାରିନାହିଁ। ମନଇଚ୍ଛା ରିପୋର୍ଟ ପ୍ରସ୍ତୁତ କରି ପଠାଯାଉଥିବାରୁ ଏବଂ ରିପୋର୍ଟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଗୁରୁତ୍ୱର ସହ ନେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିପାରେ ବ୍ଲକ୍‌ ସଂଖ୍ୟା: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୯।୧୨ (ଅନିଲ ଦାସ): ରାଜ୍ୟରେ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ...

ରାଜ୍ୟରେ ଝିଅ ସଂଖ୍ୟା ହ୍ରାସ

ଓଡ଼ିଶାରେ ଗତ ୧ ଦଶନ୍ଧି ଧରି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ସମେତ...

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ଶନିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣାରେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,...

ଫସଲ କ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ସୁଦ୍ଧା ଆବେଦନ ନ କଲେ…

ଭୁବନେଶ୍ୱର,୨୮ା୧୨: ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ...

ବର୍ଷା କ୍ଷୟକ୍ଷତି ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ: କ’ଣ ଆସିବ ନିଷ୍ପତ୍ତି

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ ବୈଠକ ଆରମ୍ଭ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ରାଜସ୍ବ, କୃଷି...

ରାଜ୍ୟରେ ବଢିବ କି ମଦ ଦର: ଜାଣନ୍ତୁ କ’ଣ କହିଲେ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର,୨୮।୧୨: ରାଜ୍ୟରେ ବଢିବ କି ମଦ ଦର? ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଦର ବଢ଼ିବାକୁ ନେଇ ପ୍ରଶ୍ନ ଉଠିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri