Posted inଖେଳ

ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଅଘଟଣ, ୨ ମୃତ

ଗ୍ବାଙ୍ଗଜୁ(ଦକ୍ଷିଣ କୋରିଆ),୨୭।୭(ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ଘଟିଛି ଅଘଟଣ। ଏକ ନାଇଟ୍‌ କ୍ଲବ୍‌ର ବାଲ୍‌କୋନି ଭାଙ୍ଗିପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି। ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ଆଥ୍‌ଲେଟ୍‌ଙ୍କ ରହଣିସ୍ଥଳ ନିକଟରେ ଥିବା କୋୟୋଟ ଅଗଲି କ୍ଲବ୍‌ର ପ୍ରାୟ ୫ ମିଟର ଉଚ୍ଚରେ ଥିବା ବାଲ୍‌କୋନି ତଳେ ଥିବା ଲୋକ ଓ ଆଥ୍‌ଲେଟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ଓ ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି କାଲେଗ ଗିଲ୍‌ଖ୍ରିଷ୍ଟଙ୍କ ସମେତ ୮ ଆଥ୍‌ଲେଟ୍‌ ଏହି ଅଘଟଣର ଶିକାର ହୋଇଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୬ ଆହତଙ୍କ ମଧ୍ୟରେ ୧୦ ବିଦେଶୀ ରହିଛନ୍ତି। ସେଥିରେ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ୮ ଆଥ୍‌ଲେଟ୍‌ ମଧ୍ୟ ଅଛନ୍ତି ବୋଲି ମେଟ୍ରୋପଲିଟାନ ପୋଲିସ ଏଜେନ୍ସି ତଦନ୍ତକାରୀ ସଙ୍ଗ ଗି-ଜି କହିଛନ୍ତି। ଦୁଇ ମୃତକ ସ୍ଥାନୀୟ ଲୋକ। ଚାମ୍ପିୟନଶିପ୍‌ ସହ ସେମାନେ ଜଡ଼ିତ ନ ଥିଲେ। ବାଲ୍‌କୋନି ଭୁଶୁଡ଼ିବାର କାରଣ ବେଆଇନ ନିର୍ମାଣ ହୋଇପାରେ ବୋଲି ସେ କହିଛନ୍ତି। ୮ ଆହତ ଆଥ୍‌ଲେଟଙ୍କ ମଧ୍ୟରେ ଆମେରିକାର ୩, ନ୍ୟୁଜିଲାଣ୍ଡ ୨, ନେଦରଲାଣ୍ଡର ୧, ବ୍ରାଜିଲର ୧ ଓ ଇଟାଲୀର ୧ ରହିଛନ୍ତି। ଏହି ଘଟଣା ସମ୍ପର୍କରେ ବିଶ୍ୱ ଚାମ୍ପିୟନଶିପ ଆୟୋଜକ କମିଟି ପକ୍ଷରୁ କୁହାଯାଇଛି, ଆଥ୍‌ଲେଟ୍‌ମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଇ ରହଣିସ୍ଥଳକୁ ପଠାଇ ଦିଆଯାଛି। ଆମେରିକାର ୟୁଏସ୍‌ ଓ୍ବାଟର ପୋଲୋ ଖେଳାଳି ଗିଲ୍‌ଖ୍ରିଷ୍ଟଙ୍କ ବାମଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ପାଳନ ସେବକଙ୍କୁ ଚେତାବନୀ: ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ହେବେ ବାସନ୍ଦ

ପୁରୀ,୨୬।୪: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ...

ଧମକ ଦେବା ପରେ ବାଟକୁ ଆସିଗଲା ପାକିସ୍ତାନ! ଶେହବାଜ କହିଲେ…

ଇସଲାମବାଦ,୨୬।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶନିବାର କହିଛନ୍ତି ଯେ, କଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଯେକୌଣସି “ନିରପେକ୍ଷ ଏବଂ ସ୍ବଚ୍ଛ” ତଦନ୍ତରେ...

ବେଆଇନ ବାଲି ଚାଲାଣ: ବନ ବିଭାଗର ଚଢାଉ, ୨ ହାଇୱା, ଟ୍ରାକ୍ଟର ଜବତ

ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ...

‘କଶ୍ମୀର ଆମର ଥିଲା, ଅଛି ଏବଂ ରହିବ, ଆଗାମୀ ଛୁଟିରେ ସେଠାକୁ ହିଁ ଯିବି’

ମୁମ୍ବାଇ: ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ନିର୍ଦ୍ଦୋଶ ନାଗରିକ। ଏହାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ବର ଗୁଞ୍ଜରିତ ହେଉଛି। ସାଧାରଣଲୋକଠାରୁ ଆରମ୍ଭ...

ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ...

ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା...

IPLର ଗୋଟିଏ ମ୍ୟାଚ୍‌ ପାଇଁ ମୋଟାଅଙ୍କର ଦରମା ନିଅନ୍ତି ଅମ୍ପାୟାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୪: ଭାରତରେ କ୍ରିକେଟରମାନେ ଘରୋଇ, ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ପ୍ରଚୁର ଟଙ୍କା ରୋଜଗାର କରନ୍ତି। ଏଠାରେ ଅମ୍ପାୟାରମାନେ ମଧ୍ୟ ଟଙ୍କା ରୋଜଗାର କରିବାରେ ପଛରେ...

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image