ଜ୍ଞାନର ଦୀପ ଯେଉଁଠି ଜଳିଥାଏ, ସେଠି କେବେ ଅନ୍ଧକାର ହୋଇ ନ ଥାଏ। ଶବ୍ଦର ଜ୍ଞାନ କିମ୍ବା ଲେଖାପଢ଼ା ଜ୍ଞାନ ଏମିତି ଏକ ଶକ୍ତି, ଯାହା ଏକ ଦୃଢ଼ ତଥା ଉନ୍ନତ ସମାଜ ଗଠନ କରିବାରେ ସହାୟକ ହୋଇଥାଏ। ସାକ୍ଷରତାର ଶକ୍ତି ଘର, ପରିବାର, ସମାଜ ସହିତ ଦେଶର ବିକାଶକୁ ମଧ୍ୟ ସୁଦୃଢ଼ କରିଥାଏ।
ଅକ୍ଷର ଜ୍ଞାନ ଲାଭ କଲେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ହୋଇପାରିବ। ନିଜର ଦାୟିତ୍ୱ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇପାରିବା ସହିତ ନିଜର ବୃତ୍ତି ଓ ପ୍ରବୃତ୍ତିରେ ଦକ୍ଷ ହୋଇପାରିବ। ନିରକ୍ଷରତା ଏକ ଆଞ୍ଚଳିକ, ପ୍ରାଦେଶିକ କି ଜାତୀୟ ସମସ୍ୟା ନୁହେଁ, ଏହା ବିଶ୍ୱ ସମସ୍ୟା । ଶିକ୍ଷା ଦ୍ୱାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ।
ଏଥିପାଇଁ ପ୍ରତିବର୍ଷ ୮ ସେପ୍ଟେମ୍ବରରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ସାରା ଦୁନିଆରେ ନୂଆ ସାକ୍ଷରଙ୍କୁ ଉତ୍ସାହିତ କରିବା। ବିଶ୍ୱ ସାକ୍ଷରତା ଆମ ପାଇଁ ସାଧାରଣ ଦିବସ। କାରଣ ଜୀବନରେ ଶିକ୍ଷାର ମହତ୍ତ୍ୱ ଅଧିକ। ଏହି ଦିନ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ(ୟୁନେସ୍କୋ) ଦ୍ୱାରା ବିଶ୍ୱସ୍ତରରେ କ୍ଷେତ୍ରୀୟ, ରାଷ୍ଟ୍ରୀୟ ଏବଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପାଳନ କରାଯାଇଥାଏ।
୧୯୬୬ରେ ୟୁନେସ୍କୋ ଶିକ୍ଷା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ସାରା ବିଶ୍ୱରେ ସାକ୍ଷରତା ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ୭ ନଭେମ୍ବର ୧୯୬୫ରେ ନିଆଯାଇଥିଲା। ୨୦୦୯-୧୦କୁ ସଂଯୁକ୍ତ ରାଷ୍ଟ୍ର ସାକ୍ଷରତା ଦଶକ ଭାବେ ଘୋଷଣା କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ସେପ୍ଟେମ୍ବର ୮ରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଆସୁଛି।