Categories: ଖେଳ

ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍‌: ଜୋତ୍ସ୍ନା ପ୍ରି-କ୍ୱାର୍ଟରଫାଇନାଲରେ

କାଇରୋ, ୨୮ା୧୦ (ପି.ଟି.)-ଭାରତର ଅଗ୍ରଣୀ ସ୍କ୍ବାଶ ଖେଳାଳି ଚିନ୍ନାପା ସିଆଇବି ପିଏସ୍‌ଏ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ହଂକଂର ହୋ ତିଜି ଲୋକ୍‌ଙ୍କ ବିପକ୍ଷରେ ସେ ସହଜ ବିଜୟ ହାସଲ କରିଛନ୍ତି। ବିଶ୍ୱର ୧୨ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଜୋତ୍ସ୍ନା ପ୍ରି-କ୍ୱାର୍ଟରରେ ଦ୍ୱିତୀୟ ସିଡ୍‌ ନୁର୍‌ ଏଲ୍‌ ଶେରବିନିଙ୍କୁ ଭେଟିବେ। ଭାରତୀୟ ଖେଳାଳି ମ୍ୟାଚକୁ ମାତ୍ର ୧୨ ମିନିଟ୍‌ରେ ଜିତି ନେଇଥ୍‌ତ୍ଲେ। ଜୋତ୍ସ୍ନା ୧୧-୫, ୧୧-୪ରେ ଅଗ୍ରଣୀ ରହିଥିବାବେଳେ ବିପକ୍ଷ ଖେଳାଳି ତିଜି ଲୋକ୍‌ ଆଘାତପ୍ରାପ୍ତ ହେବାରୁ ମ୍ୟାଚରୁ ଓହରିଯାଇଥିଲେ। ଫଳରେ ଭାରତୀୟ ଖେଳାଳିଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତା ସହ ଏକ ସଙ୍ଗରେ ଅନୁଷ୍ଠିତ ହେଉଥିବା ପୁରୁଷ ଇଜିପ୍‌ସିଆନ ଓପନ୍‌ରେ ସୌରଭ ଘୋଷାଲ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ସେ ତିଜ୍‌ ଫଙ୍ଗ୍‌ ୟିପ୍‌ଙ୍କୁ ୧୧-୬, ୧୧-୫, ୧୧-୫ରେ ପରାସ୍ତ କରିଛନ୍ତି।

Share