ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

କୃଷ୍ଣପ୍ରସାଦ,୨ା୮(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସମନ୍ବିତ ଶିଶୁ ବିକାଶ ବିଭାଗ ତରଫରୁ ଗୁରୁବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି| କାର୍ଯ୍ୟକ୍ରମକୁ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି ଉଦ୍‌ଘାଟନ କରିଥିଲେ। ମହିଳା ଶିଶୁ ବିକାଶ ଅଧିକାରିଣୀ ମନୋରମା ଦେବୀଙ୍କ ନେତୃତ୍ୱରେ ଚିଲିକା, ନୂଆପଡାରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲା। ଏଥିରେ ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ମୁଖ୍ୟସେବିକା ପ୍ରମୁଖ ଉପସ୍ଥିତ ଥିଲେ ା ଆୟୋଜିତ ସଭାରେ ଶିଶୁ ପାଇଁ ସ୍ତନ୍ୟପାନର ଉପଯୋଗିତା ଉପରେ ଆଲୋଚନା କରାଯାଇଥିଲା ା ନିଜ ଗାଁରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କଲେ ଏହା ସଫଳ ହେବ। ତେଣୁ ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହା ପାଳନ କରିବାକୁ ଶିଶୁ ବିକାଶ ଅଧିକାରିଣୀ ପରାମର୍ଶ ଦେଇଥିଲେ ା