Categories: ଜାତୀୟ

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଇକେଲରେ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩।୯: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଙ୍ଗଳବାର ସାଇକେଲ ଯୋଗେ ରାଜଧାନୀ ଦିଲ୍ଲୀର ହୟାତ ହୋଟେଲରେ ପହଞ୍ଚିଛନ୍ତି। ସେଠାରେ ସେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ରିଜିଓନାଲ ଅଫିସ ଫର୍‌ ସାଉଥ୍‌ ଇଷ୍ଟ ଏସିଆ ଦ୍ୱାରା ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ହର୍ଡ ବର୍ଦ୍ଧନ ତିସ୍‌ ଜାନୁୟାରୀ ମାର୍ଗରେ ଥିବା ତାଙ୍କ ଘରୁ ସାଇକେଲ ଚଳାଇ ଭିଖାଜି କାମା ପ୍ୟାଲେସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଯୋଗ ଅଭ୍ୟାସ କରିବା ସହ ଭାରତବାସୀଙ୍କୁ ଫିଟ୍‌ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଯୋଗ କାର୍ଯ୍ୟକ୍ରମର ପ୍ରଶଂସା ମଧ୍ୟ କରିଥିଲେ।

Share