ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ସଚେତନତା

ବ୍ରହ୍ମପୁର ଅଫିସ,୨୯।୯: ରୋଟାରୀ କ୍ଲବ ଅଫ୍‌ ବ୍ରହ୍ମପୁର ସେଣ୍ଟ୍ରାଲ ଏବଂ ସନ ସାଇନ ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ଏକ ସଚେତନତା ପଦଯାତ୍ରା ରବିବାର ସକାଳେ ଅନୁଷ୍ଠିତ ହୋଇଛି। ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ରାଧାମାଧବ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ଚରଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପଦଯାତ୍ରା ଏମ୍‌କେସିଜି ମେଡିକାଲ କଲେଜ ଫାଟକ ସମ୍ମୁଖରୁ ବାହାରି ସହର ପରିକ୍ରମା କରିଥିଲା। କ୍ଲବର ସଭାପତି ମହେଶ ଜେନା, ସମ୍ପାଦକ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ସମସ୍ତ ରୋଟାରୀ କ୍ଲବ, ଜଗନ୍ନାଥ ମର୍ଣ୍ଣିଂ କ୍ଲବ, ବିଭିନ୍ନ କଲେଜର ଛାତ୍ରୀଛାତ୍ର ଏଥିରେ ସାମିଲ ହୋଇଥିଲେ।