ବିଶ୍ୱ ହୃତ୍‌ପିଣ୍ଡ ଦିବସ : ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୯।୯: ବିଶ୍ୱ ହୃତ୍‌ପିଣ୍ଡ ଦିବସ ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ବାଲୁକା କଳା ଆଙ୍କି ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି। ଦିନକୁ ଦିନ ବିଶ୍ୱରେ ହୃଦରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଦ୍ୟପାନ ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦରୋଗ ଆଶଙ୍କା ଅଧିକ ଥାଏ। ଏହିସବୁ ଦିଗ ପ୍ରତି ଲୋକମାନେ ସଚେତନ ନ ହେବାରୁ ବିଶ୍ୱରେ ହୃଦ୍‌ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏକ ସର୍ଭେରୁ ଜଣାପଡ଼ିଛି, କେବଳ ଭାରତରେ ବର୍ଷକୁ ୨୫ରୁ ୩୦ ପ୍ରତିଶତ ଲୋକ ହୃଦରୋଗରେ ପ୍ରାଣ ହରାଉଛନ୍ତି। ଏହି ଆଜିର ଏହି ଦିବସରେ ଲୋକମାନଙ୍କ ମଧ୍ୟରେ ସଚେନତା ସୃଷ୍ଟି ପାଇଁ ସୁଦର୍ଶନ ଏପରି କଳାକୃତି ଆଙ୍କିଛନ୍ତି।