Categories: Video

ବିଷାକ୍ତ ଗ୍ୟାସ ଲିକ୍ ୯ ମୃତ, ୫ହଜାରରୁ ଅଧିକ ଅସୁସ୍ଥ | Gas Leak: 9 dead, more than 5,000 fall sick

ଆନ୍ଧ୍ରପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍ ଲିକ୍ ହେବାରୁ ୯ଜଣଙ୍କ ମୃତ୍ୟୁ ହୋଇଛି । ୫ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ବରିଷ୍ଠ ନାଗରିକ ଥିବା ବେଳେ ଜଣେ ୮ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି । ଆର୍ ଆର୍ ଭେଙ୍କଟପୁରମରେ ଥିବା ଏଲ୍ଜି ପଲିମର୍ସ ଇଣ୍ଡଷ୍ଟ୍ରିରେ ଗୁରୁବାର ଭୋର ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି।