ରାୟଗଡା ଅଫିସ୍, ୧୯।୫- ରାୟଗଡା ଜିଲା କାଶୀପୁର ବ୍ଲକ୍ ଗୋଡିବାଲିଠାରେ ବିଷାକ୍ତ ଛତୁଖାଇ ୮ଜଣ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ପ୍ରଥମେ ମାଣ୍ଡିବିଶି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ କାଶୀପୁର ବ୍ଲକ୍ ବାମନଗୁଡା ଗ୍ରାମର ହରି ବେନିଆ(୪୪), ଭାରତ ମାଝି(୩୩), ଭୀମ ନାଏକ(୨୮), ସୁଦର୍ଶନ ମାଝି (୨୫), ସେଣ୍ଡ ମାଝି(୨୨), ସୁମିତ୍ରା ନାଗ(୨୦), କଲାଟ ପିଡିସିକା(୧୮) ଓ ସୁବି ମାଝି(୧୫)। ଗୋଡିବାଲିଠାରେ ରାସ୍ତାକାମରେ ଉକ୍ତ ଶ୍ରମିକମାନେ ନିୟୋଜିତ ଥିଲେ । ସେମାନେ ଶନିିବାର ସନ୍ଧ୍ୟାରେ ଗୋଡିବାଲି ଗଁା ନିକଟ ଏକ ନାଳ କୂଳରୁ ଛତୁ ଆଣି ରାତିରେ ଖାଇଥିଲେ । ପରେ ସମସ୍ତେ ଅସୁସ୍ଥ ହୋଇପଡିଥିବା ଗ୍ରାମବାସୀ ଦେଖି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।