ବିଷାକ୍ତ ଛତୁ ଖାଇ ସ୍ବାମୀଙ୍କ ଜୀବନଗଲା, ସ୍ତ୍ରୀଙ୍କ ସମେତ ୩ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କେଲୋବଲମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଛତୁ ତରକାରୀ ଖାଇ ରମେଶ ଲୁଗୁନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଅଞ୍ଜଳି ଗୁରୁତର ହୋଇଛନ୍ତି। ସେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତାଙ୍କ ପଡ଼ୋଶୀ ପ୍ରଫୁଲ ବାଲାଙ୍କ ଦୁଇ ପୁଅ ଅମନ ଏବଂ ସିମନ ଏହି ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଜିଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ମୃତକ ରମେଶ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ କିଛି ଛତୁ ଆଣିଥିଲେ। ଘରେ ଛତୁ ତରକାରୀ କରି ଖାଇବା ସହ ପଡ଼ୋଶୀଙ୍କୁ ଦେଇଥିଲେ।

Share