ବିଷାକ୍ତ ମଦ ପିଇ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ

ପଦ୍ମପୁର,୨୬।୫(ଡି.ଏନ୍‌.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପଞ୍ଚାୟତରେ ବିଷାକ୍ତ ମଦ ପିଆଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଭଗବାନ ବେହେରା। ଏନେଇ ମଙ୍ଗଳବାର ଗ୍ରାମାଞ୍ଚଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସାନ ଗୋପାଳ ସାହିର ଭଗବାନଙ୍କୁ ସୋମବାର ରାତିରେ ଜଣେ ମଦ ମାଫିଆଙ୍କ ଫାର୍ମ ଘରୁ ଅଚେତ ଅବସ୍ଥାରେ ପରିବାରଲୋକ ଉଦ୍ଧାର କରିଥିଲେ। ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ସାବରଙ୍ଗ ବଜାରଠାରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରାଯାଉ ଓ ବିଭିନ୍ନ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ସାବରଙ୍ଗ ବଜାରରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି।