ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୨,୩୭୮ ଛୁଇଁଛି। ଏଭଳି ସମୟରେ ସେଠାରେ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଏକ ଗୁଜବ ଯୋଗୁଁ ଆଉ ୩୦୦ ଜଣଙ୍କ ଜୀବନ ଯାଇଛି। ଇଣ୍ଡଷ୍ଟ୍ରିଆଲ୍‌ ଆଲ୍‌କହଲ ପାନକଲେ କରେନା ସଂକ୍ରମଣରୁ ମୁକ୍ତି ମିଳୁଛି ବୋଲି ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି ହେବା ପରେ ଶୁକ୍ରବାର ବହୁ ସଂଖ୍ୟକ ଲୋକ ତାକୁ ପିଇଥିଲେ। ଏଥିରେ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଇଟାଲୀ, ସ୍ପେନ୍‌ ଓ ଚାଇନା ପରେ ଇରାନ ହେଉଛି ଚତୁର୍ଥ ଦେଶ, ଯେଉଁଠି କୋଭିଡ୍‌-୧୯ ସର୍ବାଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବାଉଳା ହୋଇ ନାନା ଉପାୟ ଆପଣାଉଥିବାବେଳେ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ବିଷାକ୍ତ ମେଥାନଲ ପିଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳୁଛି ବୋଲି ଏଥିରେ କୁହାଯାଇଥିଲା। ଉକ୍ତ ପୋଷ୍ଟିଂକୁ ବହୁସଂଖ୍ୟକ ଲୋକ ଶେୟାର କରିଥିଲେ। ଫଳରେ ତାହା ଭାଇରାଲ ହେବା ପରେ ଲୋକେ ଜୀବନ ବଞ୍ଚାଇବା ପାଇଁ ମେଥାନଲ ଖୋଜିବାରେ ଲାଗିଲେ। ଏହି ଇସ୍‌ଲାମିକ୍‌ ରାଷ୍ଟ୍ରରେ ମଦ୍ୟପାନ ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକେ ମେଥାନଲ୍‌ ପିଇଥିଲେ। ଫଳରେ ସେମାନଙ୍କ ଶରୀରରେ ବିଷକ୍ରିୟା ହୋଇଥିଲା। ଏଥିରେ ୩୦୦ ଜଣଙ୍କ ଜୀବନ ଯାଇଛି ଏବଂ ହଜାରେରୁ ଊର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ପରାମର୍ଶଦାତା ଡକ୍ଟର ହୋସେନ ହସନୈନ୍‌ କହିଛନ୍ତି, ଅନ୍ୟ ଦେଶଗୁଡ଼ିକର କେବଳ ଗୋଟିଏ ସମସ୍ୟା ରହିଛି। ସେମାନେ କେବଳ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। କିନ୍ତୁ ଆମ ଦେଶ ଉପରେ ଦୁଇଟି ସଙ୍କଟ ସୃଷ୍ଟି ହୋଇଛି। ଏବେ ଆମେ ଉଭୟ କରୋନା ଭାଇରସ୍‌ ଓ ବିଷାକ୍ତ ମଦ ବିରୋଧରେ ଲଢ଼େଇ କରୁଛୁ।

ମୃତ୍ୟୁ ଆଣିଲା ସୋସିଆଲ ମିଡିଆ
ଜଣେ ୫ ବର୍ଷୀୟ ବାଳକକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ତା’ ମା’ବାପା ମେଥାନଲ୍‌ ଦେଇଥିଲେ। ଫଳରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ଅନ୍ଧ ହୋଇଯାଇଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛି। କେବଳ ସେହି ଶିଶୁ ନୁହେଁ, ବିଷାକ୍ତ ମଦ ପିଇ ଇରାନର ବହୁସଂଖ୍ୟକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି?...

ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image