Categories: ଜାତୀୟ

ବିଷାକ୍ତ ମଦ ପିଇ ୬ ମୃତ: ୩ ଅଧିକାରୀ ନିଲମ୍ବିତ

ଡେରାଡୁନ,୨୧।୯: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଶୁକ୍ରବାର ବିଷାକ୍ତ ମଦ ପିଇବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ଆଇନ ବ୍ୟବସ୍ଥାର ମହାନିର୍ଦ୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି। ତେବେ ମୃତ୍ୟୁକୁ ନେଇ ଗଁ।ଲୋକେ ସ୍ଥାନୀୟ ବିଧାୟକଙ୍କ ଘର ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ଘଟଣାର ଯାଞ୍ଚ କରାଯିବା ସହ ୩ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଟିମ୍‌ ମିଳିତ ଭାବେ ଯାଞ୍ଚ କରୁଥିବା ଜଣାପଡ଼ିଛି। ସେହିପରି ଜିଲାର ସମସ୍ତ ଦେଶୀମଦ ଦୋକାନକୁ ବନ୍ଦ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର।

Share