Categories: ରାଜ୍ୟ

ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

କୃଷ୍ଣପ୍ରସାଦ,୪ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ନନ୍ଦଳା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଅମ୍ବି ନାୟକ(୬୨) । ସେ ବୁଧବାର ସକାଳ ପ୍ରାୟ ୮ଟାରେ ନିଜ ଘର ବାଡ଼ିପଟେ ଚଲାବୁଲା କରୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share