ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ଭଣ୍ଡାରିପୋଖରୀ, ୧୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନାଅଁାମୀ ଗ୍ରାମର ମଞ୍ଜୁଲତା ମହାରଣା ନାମ୍ନୀ ଜଣେ ମହିଳା ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁସାରେ, ସ୍ବାମୀ ବିଲକୁ ଯାଇଥିବା ବେଳେ ମଞ୍ଜୁଲତା ବିଷ ପିଇ ଦେଇଥିଲେ। ସେ ବିଲରୁ ଆସି ଏହା ଦେଖିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ମଞ୍ଜୁଲତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା(ନଂ.୨୬/୧୯) ରୁଜୁ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ତଦନ୍ତ ପରେ ମଞ୍ଜୁଲତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।