ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ କରିଛି। ଏହି ମାରାତ୍ମକ ଭାଇରସ୍ ଯୋଗୁ ଇତିମଧ୍ୟରେ ସମଗ୍ର ବିଶ୍ୱରେ ପାଖାପାଖି ୨୮,୦୦୦ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି। କେବଳ ଭାରତରେ ୧୦୦୦ ଜଣ ସଂକ୍ରମିତ ହୋଇଥିବାବେଳେ ୨୧ଜଣ ଲୋକ ପ୍ରାଣ ହରାଇସାରିଛନ୍ତି। ଭାଇରସ୍ର ସଂକ୍ରମଣକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ଡାଉନ୍ କାର୍ଯ୍ୟକାରୀ କରାଯାଉଛି। ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା, ସ୍ବୀକୃତିପ୍ରାପ୍ତ ରାଜ୍ୟଆସୋସିଏଶନ ଏବଂ ବୋର୍ଡର କର୍ମକର୍ତ୍ତାମାନଙ୍କ ସହମତିରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।