Categories: ଖେଳ

ବିସିସିଆଇ ପୁରସ୍କାର: ଆକର୍ଷଣରେ ବୁମ୍‌ରା

ମୁମ୍ବାଇ, ୧୩।୧(ପି.ଟି.)- ୨୦୧୮-୧୯ ସିଜନରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା। ରବିବାର ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ସେ ସମ୍ମାନଜନକ ପଲି ଉମ୍ରିଗର ଓ ଦିଲୀପ ସରଦେଶାଇ ପୁରସ୍କାର ହାସଲ କରିଛନ୍ତି। ଶ୍ରେଷ୍ଠ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରଭାବେ ସେ ପଲି ଉମ୍ରିଗର ପୁରସ୍କାର ଭାବରେ ୧୫ ଲକ୍ଷ ଟଙ୍କା ପାଇଛନ୍ତି। ସେହିପରି ସର୍ବାଧିକ ଉଇକେଟ ହାସଲକାରୀଭାବେ ସେ ଦିଲୀପ ସରଦେଶାଇ ପୁରସ୍କାର ଜିତିଛନ୍ତି। ସେ ୬ଟି ମ୍ୟାଚରେ ୩୪ଟି ଉଇକେଟ ହାସଲ କରିଥିଲେ। ଏହା ମଧ୍ୟରେ ୩ ଥର ୫ ଉଇକେଟ ସଫଳତା ରହିଥିଲା। ୮ ମ୍ୟାଚରେ ୩ ଶତକ ଓ ୨ ଅର୍ଦ୍ଧଶତକ ସହ ୬୭୭ ରନ କରିଥିବା ଚେତେଶ୍ୱର ପୂଜାରା ମଧ୍ୟ ଦିଲୀପ ସରଦେଶାଇ ପୁରସ୍କାର ପାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଓ ଅଞ୍ଜୁମ ଚୋପ୍ରାଙ୍କୁ ସିକେ ନାଇଡୁ ଲାଇଫ୍‌ଟାଇମ୍‌ ଆଚିଭ୍‌ଭେଣ୍ଟ ପୁରସ୍କାର ମିଳିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

Share