Categories: ଖେଳ

ବିସିସିଆଇ ସଭାପତି, ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଓସିଏ

ଭୁବନେଶ୍ୱର, ୧୯ା୧୦(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୯୧ତମ ବାର୍ଷିକ ସାଧାରଣ ବୈଠକ ମଙ୍ଗଳବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପ୍ରତିନିଧିଭାବେ ସମ୍ପାଦକ ସଞ୍ଜୟ ବେହେରା ଯୋଗ ଦେଇଥିଲେ। ପରେ ସମ୍ପାଦକ ସଞ୍ଜୟ ଓ ସଭାପତି ପଙ୍କଜ ଲୋଚନ ମହାନ୍ତି ବିସିସିଆଇର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରୋଜର ବିନ୍ନି ବିସିସିଆଇର ସଭାପତି, ଜୟ ଶାହା ସମ୍ପାଦକ, ଅରୁଣ କୁମାର ଧୁମାଲ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌) ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି।

Share