ଜୟପୁର,୯ା୩(ଡ଼ି.ଏନ୍.ଏ)- ଜୟପୁର ଟାଉନ୍ ଥାନା ପକ୍ଷରୁ ଗତ ସପ୍ତାହରେ ୫ଟନ୍ ବିସ୍ଫୋରକ ଜବତ ଘଟଣାରେ ହାଇଦ୍ରାବାଦର ୨ ଜାଲ୍ ବିକ୍ରେତା ରାଜି ରେଡ୍ଡୀ ଏବଂ ମହେଶ୍ୱର ରେଡ୍ଡୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ବିକ୍ରେତାମାନେ ପୁର୍ବରୁ ମାଲକାନଗିରି ଜିଲାର ୧୧ଟି କ୍ରଶର୍କୁ ୭୦ ଥର ବେଆଇନଭାବେ ବିସ୍ଫୋରକ ଚାଲାଣ କରିଛନ୍ତି। ଏ ନେଇ ଗଠିତ ସ୍ବତନ୍ତ୍ର ପୋଲିସ ଟିମ୍ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। ଏଥିପୂର୍ବରୁ ଚାଲାଣ କରାଯାଉଥିବା ଗାଡ଼ିର ଚାଳକ, ହେଲ୍ପର ଏବଂ ମାଲକାନଗିରି ଜିଲା ମୋଟୁ ଅଞ୍ଚଳର ଜଣେ କ୍ରଶର୍ ମାଲିକଙ୍କୁ ଗିରଫ କରାଯାଇଥିଲା।