ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳରେ ବୁଧବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଉକ୍ତ ଗଁ।ର ସଦାଶିବ ପ୍ରଧାନଙ୍କ (୨୪) ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସଦାଶିବ ରାତି ପ୍ରାୟ ୩ଟାରେ ନିଜ ଘର ନିକଟରେ ବୁଲୁଥିଲେ। ସେହି ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ସକାଳୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। ତେବେ ମୋବାଇଲ କିମ୍ବା ବୋମା ବିସ୍ପୋରଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ହୋଇପାରିନାହିଁ। ଅପରପକ୍ଷରେ ଏହାକୁ ରାଜନୈତିକ ହିଂସା ବୋଲି ଅଭିଯୋଗ ହେଉଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ ସାମ୍‌ନାକୁ ଆସିବ।

Share