Categories: ଫୁରସତ

ବିସ୍ମୟ ସ୍ତମ୍ଭ : ୧୬୦୦ ବର୍ଷ ପରେ ବି ଏଥିରେ ଲାଗିନାହିଁ କଳଙ୍କି

ବିଶ୍ୱରେ ଏମିତି କିଛି ଜିନିଷ ଅଛି, ଯାହା ସମ୍ପର୍କରେ ଜାଣିଲେ ବିସ୍ମୟ ସୃଷ୍ଟି ହେବ। ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସାଧାରଣତଃ କିଛିଦିନ ପରେ ଲୁହାରେ କଳଙ୍କି ଲାଗିଯାଇଥାଏ। କିନ୍ତୁ କୁତବମୀନାର ପରିସରରେ ଏକ ଲୁହାର ସ୍ତମ୍ଭ ରହିଛି,ଯାହା ୧୬୦୦ ବର୍ଷର ହୋଇଥିଲେ ମଧ୍ୟ ଏଥିରେ ଟିକେ ବି କଳଙ୍କି ଲାଗିନାହିଁ। ଏହା ୯୮ ପ୍ରତିଶତ ଲୁହାରେ ନିର୍ମାଣ କରାଯାଇଛି। ପିତା ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ସ୍ମୃତିରେ ପୁତ୍ର କୁମାରଗୁପ୍ତ ଏହାକୁ ନିର୍ମାଣ କରାଇଥିଲେ। ପ୍ରାୟ ୧୬୦୪ ବର୍ଷ ପୂର୍ବେ ଏହାର ନିର୍ମାଣ କରାଯାଇଥିଲା। ଏହାର ଉଚ୍ଚତା ୭.୨୧ ମିଟର ହୋଇଥିବା ବେଳେ ଏହା ମାଟି ଭିତରେ ୩ ଫୁଟ ୮ ଇଞ୍ଚ ଗଭୀରରେ ପୋତାଯାଇଛି। ଦୀର୍ଘବର୍ଷ ପରେ ଏଥିରେ କଳଙ୍କି ନ ଲାଗିବା କମ୍‌ କଥା ନୁହେଁ।

୧୯୯୮ରେ ଏହାର କାରଣ ଜାଣିବା ପାଇଁ ଆଇଆଇଟି କାନପୁରର ପ୍ରଫେସର ଡ. ଆର୍‌ ସୁବ୍ୟମଣ୍ୟମ୍‌ ରିସର୍ଚ୍ଚ କରିଥିଲେ। ଏଥିରୁ ଜାଣିବାକୁ ମିଳିଥିଲା କି, ଏଥିରେ ପିଗ୍‌ ଆଇରନ୍‌ରେ ଫସଫରସ ମିଶାଯାଇ ତିଆରି କରାଯାଇଛି। ଯେଉଁଥିରେ କଳଙ୍କି ଲାଗିବ ନାହିଁ। କିନ୍ତୁ ୧୬୬୯ରେ ଫସଫରସ ବିଷୟରେ ଜାଣିବାକୁ ମିଳିଥିଲା। ଏହାର ନିର୍ମାଣ ୧୬୦୦ ମସିହାରେ ହୋଇଛି। ଯାହାକି ଆମର ପୂର୍ବଜମାନଙ୍କୁ ଏହା ସମ୍ପର୍କରେ ଜଣାଥିଲା। ଏଥିରୁ ଗୋଟିଏ କଥା ପ୍ରମାଣ ମିଳୁଛି ସେତେବେଳେ ମଧ୍ୟ ଆମ ଦେଶରେ ଧାତୁ ବିଜ୍ଞାନର ଜ୍ଞାନ ଖୁବ୍‌ ଉଚ୍ଚକୋଟୀର ଥିଲା। କିଛି ଐତିହାସିକ କୁହନ୍ତି, ସ୍ତମ୍ଭରେ ବୁଜ୍‌ ଷ୍ଟିଲର ବ୍ୟବହାର କରାଯାଇଛି। ଏଥିରେ କାର୍ବନ ସହିତ ଟଙ୍ଗ୍‌ଷ୍ଟନ୍‌ ଏବଂ ଭାନାଡିୟମ୍‌ର ମାତ୍ରା ରହିଛି, ଯାହା କଳଙ୍କି ଲାଗିବାର ଗତିକୁ କମ୍‌ କରିଥାଏ।

Share