ବୈଶାଳି,୨୮।୧୨: ଗୋଟିଏ ପଟେ କଂଗ୍ରେସ ଶନିବାର ତା’ର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ବିହାରର ବୈଶାଳିରେ ଜଣେ କଂଗ୍ରେସ ନେତାଙ୍କୁ ସକାଳୁ ସକାଳୁ ହତ୍ୟା କରାଯାଇଛି। ସିମାନେ ରୋଡରେ ସକାଳ ପ୍ରାୟ ୬ଟା ୩୦ରେ ରାକେଶ ଯାଦବ ଜିମ୍ରୁ ଫେରୁଥିବା ସମୟରେ ତାଙ୍କୁ ୨ ଜଣ ଦୁର୍ବୁତ୍ତ ମୋଟର ସାଇକେଲରେ ଆସି ୫ ରାଉଣ୍ଡ ଗୁଳି କରିଥିବା ପୋଲିସ କହିଛି। ରାକେଶଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି।