Advertisement

ବିହାରରେ ଚାଲିଛି ଶିଶୁ ହତ୍ୟା: ରାବ୍ରୀ

ପାଟନା,୧୮।୬: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ଶିଶୁ ହତ୍ୟା ଚାଲିଛି ବୋଲି ଆର୍‌ଜେଡି ପକ୍ଷରୁ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସରକାର ଶିଶୁ ମୃତ୍ୟୁ ନେଇ କୌଣସି ପଦକ୍ଷେପ ନେଉ ନ ଥିବା ସେ କହିଛନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏନେଇ ସମ୍ପୂର୍ଣ୍ଣ ନୀରବ ରହୁଥିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ରାବ୍ରୀ କହିଛନ୍ତି। ଏହା ଦ୍ୱାରା ଗରିବ ପରିବାର ହିଁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ତେବେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁ ନ ଥିବା ନେଇ ରାବ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share