Categories: ଜାତୀୟ

ବିହାରରେ ଜଳପ୍ରଳୟ, ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପାଣି

ପାଟନା, ୩୦।୯: ବିହାରରେ ଜଳପ୍ରଳୟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁ ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ସାଧାରଣ ଲୋକେ ନୁହଁନ୍ତି, ବନ୍ୟା ଯୋଗୁ ନେତାଙ୍କ ନିଦ ମଧ୍ୟ ଉଡିଗଲାଣି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଘରେ ମଧ୍ୟ ବନ୍ୟା ଜଳ ପଶିଯାଇଛି। ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ସେ ଏବଂ ତାଙ୍କ ପରିବାର ୩ଦିନ ହେଲା ବାହାରକୁ ଆସିପାରୁନାହାନ୍ତି। ଘରେ ବିଜୁଳି ଏବଂ ପିଇବା ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି। ୩ଦିନ ପରେ ଜାତୀୟ ପ୍ରଶମନ ବିଭାଗର ଏକ ଟିମ୍‌ ପକ୍ଷରୁ ତାଙ୍କୁ ବାହାରକୁ ଅଣାଯାଇଛି।

Share