ପାଟନା,୨୯।୩: କରୋନା ଭାଇରସ କବଳରେ ସାରା ଦେଶ। ଆସାମକୁ ବାଦ୍ ଦେଲେ ପ୍ରାୟ ସବୁ ରାଜ୍ୟରେ କରୋନା ପଜିଟିଭ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଏବେ ବିହାରରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ସୁଦ୍ଧା ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ପାଟନାରୁ ୫, ମୁଙ୍ଗେର ୩ ଓ ନାଳନ୍ଦା, ସିଓ୍ବାନ ଓ ଲକ୍ଷିସରାଇରୁ ଜଣେ ଲେଖାଁଏ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ପାର କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ୨୦ ଅତିକ୍ରମ କଲାଣି। ଅନ୍ୟପଟେ ଲୋକେ ଲକ୍ଡାଉନ୍ ଯୋଗୁ ଅନେକାଂଶରେ କରୋନାକୁ ଦୂରେଇ ଦେଇ ପାରିବେ ବୋଲି କୁହାଯାଉଛି।